ଜଟଣୀରେ ଥିବା ତିନୋଟି ଅନଧିକୃତ ଦୋକାନ ଘରକୁ ଆଜି ଜଟଣୀ ପୌର ପରିଷଦର ଏନ୍ଫୋର୍ସମେଣ୍ଟ ଟିମ୍ ,ଜଟଣୀ ପୋଲିସର ଉପସ୍ଥିତରେ ତାଲା ପକେଇବା ସହ ସିଲ୍ କରିଛି । ଅନଧିକୃତ ଦୋକାନ ମାଲିକଙ୍କୁ ଏନେଇ ଆଗରୁ ଏକାଧିକ ଥର ନୋଟିସ୍ ମଧ୍ଯ ଦିଆ ଯାଇଥିଲା କିନ୍ତୁ ସେମାନେ ନୋଟିସ୍ କୁ ବେଖାତିର କରିବାରୁ ଆଜି ସମସ୍ତ ଦୋକାନ ଘରକୁ ସିଲ୍ କରାଯାଇଛି ଏବଂ ଆଗକୁ ଏ ସବୁ ମାର୍କେଟ୍ ର ଉନ୍ନତି ମୂଳକ କାର୍ଯ୍ୟ କରିଯିବ ବୋଲି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଆକ୍ରିତି ଗୋଏଙ୍କା ସୂଚନା ଦେଇଛନ୍ତି ।