ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ କୃଷି କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା! ଏନେଇ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଗୁଡିକରେ କୃଷି ଯନ୍ତ୍ରପାତିର ଆସର ଜମିଥିବା ବେଳେ ଦିନ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ କୃଷକମାନଙ୍କ ଗହଳି ଦେଖିବାକୁ ମିଳୁଛି! ଏପଟେ ଚଳିତ ବର୍ଷ ଚାଷୀଙ୍କ ଦ୍ୱରା କରାଯାଇଥିବା ଚାଷର ବିଭିନ୍ନ ଉନ୍ନତ ମାନର ପନିପରିବାକୁ ପ୍ରଦର୍ଶିତ କରାଯଇଥିବା ବେଳେ ଆସିଥିବା ବିଭିନ୍ନ ଯନ୍ତ୍ରପାତିର ଚାଷୀ କିପରି ସୁବିଧା ଓ ରିହାତି ନେଇ ପାରିବ ସେନେଇ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି ବିଭାଗ ପକ୍ଷରୁ କୃଷି କର୍ମଶାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି! ଏହି ମେଳା 2ତାରିଖରେ ଆରମ୍ଭ ହୋଇଥିବା ବେଳେ 6 ତାରିଖଦିନ ଉଦଯାପିତ ହେବା ନେଇ ସୂଚନା ମିଳିଛି!