କେନ୍ଦୁଝର: କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ । NGO ଠାରୁ ୨୦ ହଜାର ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଡିଜିଟାଲ ମୋଡ୍ରେ ଲାଞ୍ଚ ନେଲା ବେଳେ କାବୁ କଲା ଭିଜିଲାନ୍ସ ଟିମ୍ ।

ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇଥିବା କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଭଳି ଅଭିଯୋଗ କଟକ ଭିଜିଲାନ୍ସ ସେଲରେ ହୋଇଥିବାବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଶେଷ ଥର ଫୋନ ପେ’ରେ ୨୦ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଛି। ତାଙ୍କ ଫୋନ ପେ ଯାଞ୍ଚ ଓ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି କେନ୍ଦୁଝର ୟୁନିଟର ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି।