ପୂର୍ବତଟ ରେଳପଥ ପକ୍ଷରୁ ୪୩ ଟ୍ରେନକୁ ବାତିଲ କରାଯାଇଛି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି, ଏଭଳି ନିଷ୍ପତ୍ତି ନିଆ ଯାଇଛି । ୩ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିବା ବେଳେ, ଗୋଟେ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ।୧୬ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଯାହାକି ଉତ୍ପତ୍ତି ସ୍ଥଳ ଷ୍ଟେସନରୁ ବିଳମ୍ବରେ ଛାଡ଼ିବ ବୋଲି ପୂର୍ବତଟ ରେଲପଥ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ମଧ୍ୟରେ, କଟକ଼, ଭୁବନେଶ୍ବର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର୍ ଓ ପଲାସା ଷ୍ଟେସନ ଠାରେ ଯାତ୍ରୀଙ୍କ ସୁବିଧା ପାଇଁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।
