ନିବେଶକଙ୍କ ମୁହଁରେ ହସ; ସେନସେକ୍ସ ୪୪୫ ପଏଣ୍ଟ ବଢ଼ିଲା

ବିଶ୍ୱ ବଜାରରୁ ମିଳିଥିବା ମିଶ୍ର ସଙ୍କେତ ମଧ୍ୟରେ ଭାରତୀୟ ସେୟାର ବଜାରରେ ମଙ୍ଗଳବାର ପୁଣିଥରେ ଉତ୍ସାହ ଦେଖିବାକୁ ମିଳିଛି। ବ୍ୟାଙ୍କିଂ, ଫାଇନାନ୍ସିଆଲ ସର୍ଭିସେସ୍, ଏଫଏମସିଜି ଓ ସିମେଣ୍ଟ ସେକ୍ଟରର ସେୟାରରେ ଭଲ କ୍ରୟ ହେବାରୁ ବଜାର ଖୋଲିବା ମାତ୍ରେ ପ୍ରମୁଖ ସୂଚକାଙ୍କ ଉପରମୁହାଁ ହୋଇଥିଲା।

 ନିଫ୍ଟି ସିମେଣ୍ଟ ଇଣ୍ଡେକ୍ସ ୧.୭୧ ପ୍ରତିଶତ ବଢ଼ିଥିବା ବେଳେ ଏଫଏମସିଜି ଇଣ୍ଡେକ୍ସ ୧.୪୧ ପ୍ରତିଶତ ବୃଦ୍ଧି ସହ ୪୪,୫୯୪.୭୫ ସ୍ତରରେ ପହଞ୍ଚିଛି। ନିଫ୍ଟି ବ୍ୟାଙ୍କ ୦.୫୪ ପ୍ରତିଶତ, ପ୍ରାଇଭେଟ ବ୍ୟାଙ୍କ ୦.୬୭ ପ୍ରତିଶତ ଏବଂ ନିଫ୍ଟି ଫାଇନାନ୍ସିଆଲ ସର୍ଭିସେସ୍ ଓ ଆଇଟି ଇଣ୍ଡେକ୍ସ ପ୍ରାୟ ୦.୯୦ ପ୍ରତିଶତ ବଢ଼ିଛି।

ତେବେ ସମସ୍ତ ସେକ୍ଟରରେ ଉତ୍ସାହ ଦେଖାଯାଇନଥିଲା। ନିଫ୍ଟି ଫାର୍ମା ୦.୪୬ ପ୍ରତିଶତ ଏବଂ ନିଫ୍ଟି ହେଲ୍ଥକେୟାର ୦.୪୫ ପ୍ରତିଶତ ହ୍ରାସ ପାଇଥିଲା। ଏହି ସେକ୍ଟରର କିଛି ସେୟାରରେ ନିବେଶକମାନେ ଲାଭ ବୁକିଂ କରିଥିବାରୁ ଚାପ ଦେଖାଯାଇଛି।