ଥରହର ବଲିଉଡ୍ । ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ଆସିଛି ୫ କୋଟି ଟଙ୍କାର ଧମକପୂର୍ଣ୍ଣ କଲ୍। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଅଭିନେତାଙ୍କୁ ଏହି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ଯାଞ୍ଚରୁ ଏହି ଧମକ ପଛରେ ଗ୍ୟାଙ୍ଗର ପ୍ରକୃତ ସମ୍ପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ପୁଲିସ ସୂତ୍ର ଅନୁସାରେ, ଫୋନ୍ କରିଥିବା ବ୍ୟକ୍ତି ନିଜକୁ ହ୍ୟାରି ବକ୍ସର ବୋଲି ପରିଚୟ ଦେଇଥିଲା। ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରି ତୁଷାର କପୁରଙ୍କୁ ୫ କୋଟି ଟଙ୍କା ଦେବାକୁ କହିଥିଲା। ଏହାପରେ ଅଭିନେତା ତୁରନ୍ତ ମୁମ୍ବାଇ ପୁଲିସକୁ ଜଣାଇଥିଲେ। ପରେ ମାମଲାର ତଦନ୍ତ ଆଣ୍ଟି-ଏକ୍ସଟର୍ସନ୍ ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
ତଦନ୍ତରେ ପୁଲିସର ବୈଷୟିକ ଟିମ୍ ଧମକପୂର୍ଣ୍ଣ କଲ୍ର ଅଡିଓ ରେକର୍ଡିଂ ଯାଞ୍ଚ କରିଥିଲା। ଏହା ସହ ହ୍ୟାରି ବକ୍ସରଙ୍କ ଉପଲବ୍ଧ ଅଫିସିଆଲ୍ ଭଏସ୍ ସାମ୍ପଲ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ଉଭୟ ସ୍ୱର ମଧ୍ୟରେ ମେଳ ମିଳିନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।