ଆଉ ଅଧିକ ବର୍ଷା ହେବାର ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ

ବାତ୍ୟା ମୁରାସୁର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡିନଥିବାରୁ ଆଉ ଅଧିକ ବର୍ଷା ହେବାର ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। ସେହିପରି ୫ରୁ ପାଗରେ ପରିବର୍ତ୍ତନ ଆସିବ । ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ  ଗଞ୍ଜାମ ଜିଲା ପାଇଁ ଆଉ ବର୍ଷାର ଭୟ ନାହିଁ। ଅର୍ଣ୍ଣବ ଯୋଗୁଁ ହୋଇଥିବା ବର୍ଷା ଯୋଗୁଁ ଅଧିକ ପ୍ରଭାଭିତ ହୋଇଥିଲା ଗଞ୍ଜାମ । ବର୍ତ୍ତମାନ ପାଣି ଖସିବା ସହ ସୁଖିବା ପାଇଁ ଏହା ସାହାଯ୍ୟ କରିବ । କେବଳ କୋରାପୁଟ ଓ ମାଲକାନଗିରିର ଗୋଟେ ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷା ହେବାକୁ ନେଇ ଆଇ ଏମ ଡି ୟେଲୋ ଆଲର୍ଟ ଦେଇଛି।

ଏଣିକି ଓଡ଼ିଶା ଉପରେ ଆଉ ବାତ୍ୟା ଭୟରହିବ ନାହିଁ । କାରଣ ଏବେ ଯେଉଁ ସିଷ୍ଟମ ବଙ୍ଗୋପସାଗରରେ ସୃଷ୍ଟି ହେବ ତାହା ଦକ୍ଷିଣ ଆନ୍ଧ୍ର ବା ତାମିଲନାଡୁ ଆଡ଼କୁ ଯିବ ବୋଲି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ମତ ରହିଛି। ରାଜ୍ୟରେ ଜଳୀୟ ବାଷ୍ପ ରହିଛି । ତେଣୁ ଏହାରି ପ୍ରଭାବରେ ୫ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ । ଏହାପରେ ୭ ବା ୮ ତାରିଖ ରୁ ଶୀତ ଅନୁଭବ ହେବ । ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ରାଜ୍ୟରେ ନଭେମ୍ବର ଦ୍ଵିତୀୟ ସପ୍ତାହରୁ ସମଗ୍ର ଅଞ୍ଚଳରେ ଶୀତ ଅନୁଭବ ହେବ।