ଦେଶର ସବୁଠାରୁ ବଡ଼ ଶିଳ୍ପପତିଙ୍କ ମଧ୍ୟରେ ଅନ୍ୟତମ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ଏହା ସହିତ ତାଙ୍କର ମୋଟ ସମ୍ପତ୍ତି ୮୫.୭ ବିଲିୟନ ଡଲାର ବା ପ୍ରାୟ ୮.୧୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ୍ରତିଶତ ବଢ଼ି ଦିନର ସର୍ବୋଚ୍ଚ ସ୍ତର ୧,୩୦୦ ଟଙ୍କାରେ ପହଞ୍ଚିଥିଲା। ଏପ୍ରିଲ ୨୦୨୦ ପରଠାରୁ ରିଲାଏନ୍ସ ସେୟାରରେ ଏହା ସବୁଠାରୁ ବଡ଼ ଏକଦିନିଆ ବୃଦ୍ଧି ବୋଲି କୁହାଯାଉଛି।
ସେୟାରରେ ଏହି ଜୋରଦାର ବୃଦ୍ଧି ପଛରେ କମ୍ପାନୀର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଏବଂ ବଡ଼ ବ୍ରୋକରେଜ୍ ସଂସ୍ଥାଗୁଡ଼ିକର ସକାରାତ୍ମକ ରିପୋର୍ଟକୁ ପ୍ରମୁଖ କାରଣ ଭାବେ ଦେଖାଯାଉଛି। ସେୟାର ଦର ବଢ଼ିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବଜାର ପୁଞ୍ଜି ମଧ୍ୟ ଗୋଟିଏ ଦିନରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବଢ଼ି ୧୭.୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।