ଭୁବନେଶ୍ୱର: ରେଳଡ଼ବା ମରାମତି କାରଖାନା ପଡ଼ିଆରୁ ମୃତଦେହ ମିଳିବା ଘଟଣା । ହତ୍ୟା ମାମଲା ରୁଜୁ ନେଇ ଏସିପି ଜୋନ୍-୫ଙ୍କ ସୂଚନା । ପରିଚୟ ନ ମିଳିବାରୁ ରାଜଧାନୀ ସାରା ପୋଷ୍ଟର ମାରିବ ପୁଲିସ । ୯୬ ଘଣ୍ଟା ଯାଏଁ ଅପେକ୍ଷା କରାଯିବ, ପରେ ଶବ ସତ୍କାର କରାଯିବ । ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତ ସୋମବାର ସନ୍ଧ୍ୟାରେ ଖେଳପଡ଼ିଆରୁ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ୍ ବେଲ୍ଟ ଜବତ କରିଥିଲା ମଞ୍ଚେଶ୍ୱର ପୋଲିସ୍ ।

ସୂଚନା ଅନୁସାରେ ରେଳଡବା ମରାମତି କାରଖାନା ନିକଟସ୍ଥ ଖେଳ ପଡ଼ିଆରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଗତ ରବିବାର ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚି଼ହ୍ନ ରହିଥିବା ବେଳେ ଦିନେ କିମ୍ବା ଦୁଇଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ ।