ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା

ଗୁରୁଗ୍ରାମ:- ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଛି। କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ। ଘଟଣା ପରେ ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ସହିତ ପାଖ ପଡୋସୀଙ୍କୁ ପଚାର ଉଚୁରା କରାଯାଉଛି।

ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ। ତଥାପି, ଏହି ଘଟଣା ଏଲଭିଶଙ୍କ ପରିବାରକୁ ଭୟଭୀତ କରିଛି।  ପୋଲିସ ମାମଲା ନେଇ କୌଣସି ବିବୃତ୍ତି ଜାରି କରିନାହିଁ କି ଏଲଭିଶ କିମ୍ବା ତାଙ୍କ ପରିବାର ପକ୍ଷରୁ ମଧ୍ୟ କିଛି କୁହାଯାଇନାହିଁ।