ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ

ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ । ବାପା ସୁରେନ୍ଦ୍ର ମଠିଆ, ସାବତ ମାଆ ପ୍ରଭାତୀ ମଠିଆ, ସାବତ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କଲା ପୋଲିସ । ଏନେଇ ପ୍ରେସମିଟ୍‌ରେ ଜୋନ୍ ୪ ଏସିପି ଅଭିମନ୍ୟୁ ନାୟକଙ୍କ ସୂଚନା । ତେବେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି, ପ୍ରମାଣ ମିଳିବା ପରେ ଗିରଫ କରିଛୁ ବୋଲି କହିଛନ୍ତି ଏସିପି ଅଭିମନ୍ୟୁ ନାୟକ । ସେ ଆହୁରି କହିଛନ୍ତି ଯେ, ଜମିବାଡି ବିବାଦ ପାଇଁ ଜ୍ୟୋତିଙ୍କୁ ତାଙ୍କ ପରିବାର ହତ୍ୟା କରିଛନ୍ତି । ପେଟ୍ରୋଲ ଢାଳି ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗିରଫ ପରେ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କହିଛି । ମୃତ୍ୟୁ ପୂର୍ବରୁ ଯୁବକ ମଧ୍ୟ ନିଜର ବୟାନରେ ପରିବାର ଲୋକେ ତାଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା କହିଛନ୍ତି । ତେବେ ଗତକାଲି ନିଆଁରେ ପୋଡ଼ି ହୋଇ ଯାଇଥିଲେ ମୃତକ ଜ୍ୟୋତି ରଞ୍ଜନ ମଠିଆ (୪୦) । ନିଆଁରେ ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଥିଲା । ସମ୍ପତ୍ତି, ଜମିବାଡି ପାଇଁ ଘରୁ ବାହାର କରିବା ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଜ୍ୟୋତିଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଭୋର ସମୟରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।