IAS ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ଵର: IAS ବିଷ୍ଣୁପଦ ସେଠୀଙ୍କୁ ବଡ ଝଟକା । ଆଗୁଆ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ । ହାଇକୋର୍ଟରେ ଖାରଜ ପରେ ସୁପ୍ରିମକୋର୍ଟ ଯାଇଥିଲେ ବିଷ୍ଣୁପଦ । CBIର ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଯାଇଥିଲେ IAS ବିଷ୍ଣୁପଦ ସେଠୀ । ମାତ୍ର ସୁପ୍ରିମ୍ କୋର୍ଟ ତାଙ୍କର ଆଗୁଆ ଜାମିନ ଖାରଜ କରିଛନ୍ତି । ତେବେ ଗତ ଜୁଲାଇ ୨୮ ତାରିଖରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଖାରଜ କରିଥିଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ଗିରଫଦାରି ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଆଗୁଆ ଜାମିନ ଖାରଜ କରିଥିଲେ ହାଇକୋର୍ଟ ।  କହିରଖୁଛୁ ଯେ, ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ବିଷ୍ଣୁପଦ ସେଠୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇ ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ଣୁପଦ ।