ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଯାଜପୁର: ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଭିଜିଲାନ୍ସ ହାତରେ ଧରାପଡିଲେ ବ୍ୟାସନଗର ତହସିଲ୍ SRA ହେମନ୍ତ କୁମାର ପେରେଇ । ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କର ଜମିଜମା ମାମଲାର କାର୍ଯ୍ୟ ପାଇଁ ଅନେକ ଥର ତହସିଲ ଅଫିସକୁ ଯାଉଥିଲେ । ମାତ୍ର ତହସିଲ କର୍ମଚାରୀ କୌଣସି ସହଯୋଗ କରିନଥିଲେ। କିଛି ଦିନ ତଳେ ଉକ୍ତ ବ୍ୟକ୍ତିଙ୍କର ଜାଗା ଚିହ୍ନଟ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର କିରାଣୀ ହେମନ୍ତ କୁମାର ପେରେଇ ଶେଷ ମୁହୂର୍ତ୍ତରେ ତାହାକୁ ରଦ୍ଦ କରିଦେଇଥିଲେ ଏବଂ ଜାଗା ଚିହ୍ନଟ ପାଇଁ ଲାଞ୍ଚ ଦାବି କରିଥିଲେ। ବାଧ୍ୟ ହୋଇ ଏନେଇ ବ୍ୟକ୍ତି ଜଣଙ୍କ ଯାଜପୁର ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ। ଆଜି ତହସିଲ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଲକ୍ଷ୍ମୀଧରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ କାବୁ କରିନେଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।