ବାରିପଦା-: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ଦେବାଶିଷ ପାତ୍ର। ମୃତକ ଦ୍ୱୟ ହେଲେ ଅଭିଯୁକ୍ତଙ୍କ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ।
ସୂଚନା ଅନୁସାରେ, ଗତ ୧୨ ତାରିଖରେ ବାପଘରୁ ସ୍ୱାମୀ ଘରକୁ ଆସିଥିଲେ ମୃତକ ସୋନାଲି ଓ ତାଙ୍କ ମା’ । ପୂର୍ବରୁ ପାରିବାରିକ କଳହ ପାଇଁ ବାପଘରେ ରହୁଥିଲେ ସୋନାଲି । ସେପଟେ ବାପଘରୁ ଆସିବା ପରେ ଗତ ୧୦ ଦିନ ଧରି ମା’ ଓ ଝିଅ ନିଖୋଜ ଥିବାର ଅଭିଯୋଗ କରିଥିଲେ ମୃତକ ସୋନାଲିଙ୍କ ପରିବାର ଲୋକ । ଦୀର୍ଘ ଦିନ ଧରି କୌଣସି ଖବର ନମିଳିବାରୁ କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଗୁମର ଖୋଲିଥିଲା । ଉଭୟ ଝିଅ ଓ ଶାଶୁ ମା’କୁ ଗତ ୧୫ ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ବୋଲି ସ୍ୱୀକାର କରିଥିଲା ଅଭିଯୁକ୍ତ ସ୍ୱାମୀ । କୌଣସି କାରଣରକୁ ନେଇ ଅଭିଯୁକ୍ତ ଦେବାଶିଷ ପଥରରେ ଛେଚି ସ୍ତ୍ରୀ ଓ ଶାଶୁକୁ ନିର୍ମମ ଭାବେ ହତ୍ୟା କରିଥିଲେ। ଦୋଷ ଲୁଚାଇବାକୁ ଯାଇ ନିଜ ଘର ବାଡିରେ ଗାତ ଖୋଳି ଉଭୟଙ୍କୁ ପୋତିବା ପରେ କଦଳୀ ଗଛ ଲଗାଇ ଦେଇଥିଲେ।