ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୪ଟି ଜିଲ୍ଲାରେ ଆଗାମୀ ତିନି ଦିନ ପାଇଁ କାଳବୈଶାଖୀ ବା ଘଡ଼ଘଡ଼ି ସହ ବର୍ଷା ନେଇ ‘ୟେଲୋ ୱାର୍ଣ୍ଣିଂ’ (ହଳଦିଆ ସତର୍କତା) ଜାରି କରିଛି। ପ୍ରଥମ ଦିନ ପାଇଁ (୩୦ ସେପ୍ଟେମ୍ବର ସକାଳ ୮:୩୦ ପର୍ଯ୍ୟନ୍ତ): ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଦ୍ୱିତୀୟ ଦିନ ପାଇଁ (୩୦ ସେପ୍ଟେମ୍ବର ସକାଳ ୮:୩୦ରୁ ୧ ଅକ୍ଟୋବର ସକାଳ ୮:୩୦ ପର୍ଯ୍ୟନ୍ତ): ଏହି ସମୟ ମଧ୍ୟରେ ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
7 Days’ weather forecast for Capital City (Valid from 29th September 2026 to 05th October 2026) #Odisha #Weather #Bhubaneswar #Cuttack #weatherforecast pic.twitter.com/00P3CpsFjh
— Meteorological Centre, Bhubaneswar (@mcbbsr) September 29, 2026
ତୃତୀୟ ଦିନ ପାଇଁ (୧ ଅକ୍ଟୋବର ସକାଳ ୮:୩୦ରୁ ୨ ଅକ୍ଟୋବର ସକାଳ ୮:୩୦ ପର୍ଯ୍ୟନ୍ତ): IMD ସମାନ ଧରଣର ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।