ବାଂଲାଦେଶକୁ ପାକିସ୍ତାନ ଝଟକା: ବନ୍ଦ କଲା ଆକାଶ ପଥ…

ପାକିସ୍ତାନ କଲା ବିଶ୍ୱାସଘାତକତା ।  ବାଂଲାଦେଶକୁ ମିଳିଲା ଶକ୍ତ ଝଟକା। ବାଂଲାଦେଶ ରାସ୍ତାରେ ଏବେ ବାଧା ସୃଷ୍ଟି କରିଛି ପାକିସ୍ତାନ। ବାଂଲାଦେଶର ରୂପୁର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ପାଇଁ ତୈଳ ନେଇ ଆସୁଥିବା ରୁଷ ବିମାନର ବାଟ ଛାଡ ନାହିଁ। ଇସଲାମାବାଦ। ଆଣବିକ ତୈଳ ଆଣୁଥିବା ରୁଷ ବିମାନ ପାଇଁ ନିଜ ଆକାଶ ପଥକୁ ବନ୍ଦ କରି ପାକିସ୍ତାନ ଏବେ ବାଂଲାଦେଶର ଅଡ଼ୁଆରେ ପକାଇଛି । ବାଂଲାଦେଶର ପ୍ରଥମ ଆଣବିକ ଶକ୍ତି କେନ୍ଦ୍ରର ୟୁନିଟ ୨ ପାଇଁ ପ୍ରଥମ ବ୍ୟାଚ୍‌ ଆଣବିକ ତୈଳ ସେପ୍ଟେମ୍ବର ୨୪ରେ ଆସିବାର ଥିଲା।

ହେଲେ ପାକିସ୍ତାନର ଆକାଶ ପଥ ବନ୍ଦ ଯୋଗୁ ଏହା ବାଂଲାଦେଶରେ ପହଞ୍ଚିବାରେ ବିଳମ୍ବ ହୋଇଛି। ବାଂଲାଦେଶ ଯଥାଶୀଘ୍ର ନିଜର ପ୍ରଥମ ଆଣବିକ ଶକ୍ତି କେନ୍ଦ୍ରରୁ ବ୍ୟବସାୟିକ ଅପରେସନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଦେଶ ଏବେ ଶକ୍ତି ସଙ୍କଟର ମଧ୍ୟ ସମ୍ମୁଖୀନ ହେଉଛି। ଏପରି ଏକ ସ୍ଥିତିରେ ପାକିସ୍ତାନ ପକ୍ଷରୁ ଆକାଶ ପଥକୁ ବନ୍ଦ କରିବା ବାଂଲାଦେଶର ସବୁ ଯୋଜନାରେ ପାଣି ପକାଇ ଦେଇଛି।