ଭେନେଜୁଏଲା ଗସ୍ତକୁ ନେଇ ପାଣ୍ଡିଆନଙ୍କ ପାଇଁ ବଢ଼ିଲା ପ୍ରଶ୍ନ

ପୂର୍ବତନ IAS ଅଧିକାରୀ ତଥା ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ୨୦୨୬ ଭେନେଜୁଏଲା ଗସ୍ତକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସାମାଜିକ ଓ ସୂଚନାଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କ RTI ଆବେଦନର ଉତ୍ତରରେ ବିଦେଶ ମନ୍ତ୍ରଣାଳୟ, UN ସମ୍ପର୍କିତ ବିଭାଗ, ନ୍ୟୁୟର୍କସ୍ଥିତ ଭାରତୀୟ ମିଶନ ଏବଂ ଗୃହ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଗସ୍ତର ଅଧିକୃତତାକୁ ନେଇ ପ୍ରଶ୍ନ ଉଠାଇଛି ।

VK Pandian Venezuela visit

MEAର South America Division ପକ୍ଷରୁ କୁହାଯାଇଛି ଯେ ଭି.କେ. ପାଣ୍ଡିଆନଙ୍କୁ ଭେନେଜୁଏଲା ଯିବା ପାଇଁ ଭାରତ ସରକାର ଅଧିକୃତ, ନାମିତ, deputed କିମ୍ବା assigned କରିଥିବା ସମ୍ପର୍କରେ କୌଣସି ରେକର୍ଡ ନାହିଁ । ଫଳରେ appointment, nomination, deputation, approval କିମ୍ବା ସରକାରୀ correspondence ସମ୍ପର୍କିତ ତଥ୍ୟକୁ ‘Not Applicable’ ବୋଲି ଦର୍ଶାଯାଇଛି ।

Visited Earthquake affected areas of #venezuela🇻🇪 and met people and  teams involved in rescue and recovery operations. Heartily appreciate each  one of them standing with people in this terrible challenging time. Later

ସେହିପରି MEAର UNP Division ମଧ୍ୟ ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତ ସମ୍ପର୍କରେ ତାଙ୍କ ବିଭାଗରେ କୌଣସି ରେକର୍ଡ ନଥିବା ଜଣାଇଛି । ନ୍ୟୁୟର୍କସ୍ଥିତ Permanent Mission of India to the UN ପକ୍ଷରୁ ମଧ୍ୟ ଏହି ଗସ୍ତ ସମ୍ପର୍କରେ କୌଣସି official record ଉପଲବ୍ଧ ନଥିବା କୁହାଯାଇଛି। ଗୃହ ମନ୍ତ୍ରଣାଳୟର Police-II Divisionରୁ ମଧ୍ୟ ମାଗିଥିବା ସୂଚନା ସମ୍ପୃକ୍ତ ଅଭିଲେଖରେ ଉପଲବ୍ଧ ନଥିବା ଉତ୍ତର ମିଳିଛି ।

Former Odisha IAS Officer VK Pandian visits earthquake-hit areas in  Venezuela: Shares disaster management expertise with President Delcy  Rodríguez - Prameya News

ତେବେ ପ୍ରଶ୍ନ ଉଠୁଛି, ଯଦି ଏହା ଭାରତ ସରକାର କିମ୍ବା ଜାତିସଂଘର official assignment ନଥିଲା, ତେବେ ପାଣ୍ଡିଆନଙ୍କୁ ଭେନେଜୁଏଲା କିଏ ଆମନ୍ତ୍ରଣ କରିଥିଲା? ତାଙ୍କ ଗସ୍ତର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଯାତ୍ରା ଖର୍ଚ୍ଚ କିଏ ବହନ କରିଥିଲା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ୨୦୨୬ ଜୁଲାଇରେ ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତ ଏବଂ ସେଠାକାର ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍‌ଙ୍କ ସହ ଦୁର୍ବିପାକ ପରିଚାଳନା ନେଇ ଆଲୋଚନାର ଖବର ପ୍ରକାଶ ପାଇଥିଲା । ପାଣ୍ଡିଆନ ମଧ୍ୟ ସୋସିଆଲ ମିଡିଆରେ ଭେନେଜୁଏଲାର ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ଗସ୍ତ ଏବଂ disaster mitigation ସମ୍ପର୍କିତ ଆଲୋଚନା ବିଷୟରେ ପୋଷ୍ଟ କରିଥିଲେ ।

No photo description available.

ଏହି ଗସ୍ତକୁ ନେଇ ବିଜେଡି ନେତାମାନଙ୍କ ପକ୍ଷରୁ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ଦୁର୍ବିପାକ ପରିଚାଳନା ଅଭିଜ୍ଞତାକୁ ବିଶ୍ୱସ୍ତରରେ ପହଞ୍ଚାଉଥିବା ଏବଂ ଜାତିସଂଘ ସହ ତାଙ୍କ ଗସ୍ତର ସମ୍ପର୍କ ଥିବା ଦାବି କରାଯାଇଥିଲା ବୋଲି ପ୍ରକାଶ ଦାସ କହିଛନ୍ତି । ତେବେ ଉପଲବ୍ଧ RTI ଉତ୍ତରରେ ଏଭଳି official assignmentର ରେକର୍ଡ ନଥିବା ତାଙ୍କ ଦାବି ।

VK Pandian: Once said to be the political heir, now in the crosshairs of  the BJP | India News

ଅନ୍ୟପକ୍ଷରେ, Sri Sathya Sai Seva Organisation (India) ଏବଂ Sri Sathya Sai International Organisationକୁ ମଧ୍ୟ ପାଣ୍ଡିଆନଙ୍କ ସହ ସମ୍ପର୍କ, overseas assignment କିମ୍ବା Venezuela/UN ସମ୍ପର୍କିତ nomination, authorisation ଓ communication ବିଷୟରେ ତଥ୍ୟ ମଗାଯାଇଥିବା କୁହାଯାଇଛି । ଏହି ଅନୁରୋଧର ଉତ୍ତର ଏପର୍ଯ୍ୟନ୍ତ ମିଳିନଥିବା ଜଣାପଡ଼ିଛି ।

ଏବେ ପ୍ରକାଶ ଦାସ ପାଣ୍ଡିଆନ ଓ ବିଜେଡି ନେତାମାନଙ୍କୁ ଭେନେଜୁଏଲା ଗସ୍ତର ନିମନ୍ତ୍ରଣ, official purpose, nomination/authorisation, ଯାତ୍ରା ଖର୍ଚ୍ଚ ଏବଂ UN କିମ୍ବା ଭାରତ ସରକାର ସହ ଅଧିକୃତ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି । ଏହା ସହ ସମ୍ପୃକ୍ତ ଦଲିଲ ଥିଲେ ସାର୍ବଜନୀନ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି ।