ରୋଗ ଭଲ କରିବା ବାହାନାରେ ଦୁଷ୍କର୍ମ କଲା ତାନ୍ତ୍ରିକ…

ମୋ ଝିଅ ଭଲ ହୋଇଯିବ,ପୁଣି ଆଗଭଳି ମୋ ଚାରିପଟେ ଘୁରି ବୁଲିବ। ଏପରି ଅନେକ ସ୍ବପ୍ନ ଦେଖିଥିଲା ମା’। ସେଥିପାଇଁ ରୋଗ ଭଲ କରିବାକୁ ତାନ୍ତ୍ରିକ ପାଖକୁ ନେଇଥିଲେ ମାଆ। ଚିକିତ୍ସା ହେଲେ ରୋଗ ଭଲକରିବା ବାହାନାରେ ଇଜ୍ଜତ ଲୁଟିନେଲା ତାନ୍ତ୍ରିକ। ଉତ୍ତରପ୍ରଦେଶର ବାନ୍ଦାରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା। ଜଣେ ମହିଳା ନିଜର ଅସୁସ୍ଥ ୧୩ ବର୍ଷୀୟ ଝିଅକୁ ଭଲ କରିବା ପାଇଁ ତାନ୍ତ୍ରିକ ପାଖକୁ ନେଇଥିଲେ। ହେଲେ ଝିଅର ରୋଗ ଭଲ କରିବା ବାହାନାରେ ଝିଅକୁ ସହ ଦୁଷ୍କର୍ମ କରିଥିଲା ତାନ୍ତ୍ରିକ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ତାନ୍ତ୍ରିକ ପର୍ଶୁରାମ ଯାଦବକୁ ଗିରଫ କରିଛିନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଯାଇଛି। ମାମଲାରେ ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ କରୁଛି ପୋଲିସ।