ଭୁବନେଶ୍ଵର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଶଙ୍କା ବେଳେ ସାମ୍ନାକୁ ଆସିଛି ବଡ ଖବର । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଛନ୍ତି ବିଜେପି ନେତା ଅରିନ୍ଦମ ରାୟ । ତେବେ ଅନାସ୍ଥା ଆସିବାକୁ ଯୋଜନା ହେଉଥିବା ବେଳେ ସୁରଶ ପୂଜାରୀଙ୍କୁ ଅରିନ୍ଦମ ଭେଟିବା ଏକ ପ୍ରକାରର ପ୍ରଶ୍ନ ଛିଡା କରିଛି । କୁହାଯାଉଛି ଯେ ବବି ଦସଙ୍କ ପ୍ରେରିତ ଅରିନ୍ଦମ ବିଜେପିରେ ଫାଟ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି । ଗୁପ୍ତଚର ଭାବରେ ଅରିନ୍ଦମ ରାୟଙ୍କୁ ସୁରେଷ ପୂଜାରୀଙ୍କ ସହ ଭେଟିବାକୁ ପଠାଇଛନ୍ତି ବବି । ତେବେ ଏନେଇ ଉଭୟ ବିଜେପି ନେତା କି ବିରୋଧି ନେତାଙ୍କର କୌଣସି ପ୍ରତିକ୍ରିୟା ଆସିନଥିଲେ ମଧ୍ୟ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିଛି ।
ସେପଟେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ । କଂଗ୍ରେସର ଅନାସ୍ଥା ଆହ୍ଵାନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ବରଂ ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀ ଅନାସ୍ଥା ଆଣିପାରିବେ ହେଲେ ହୋମୱାର୍କ କରନ୍ତୁ। ବିଜେଡି, କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ। ଆମେ ଗୋଟିଏ ବର୍ଷର ହିସାବ ଦେବୁ। ସେମାନେ ଲମ୍ବା ସମୟରେ କଣ କରିଛନ୍ତି, ଆମେ ବର୍ଷକରେ କଣ କରିଛୁ ସେନେଇ ଆମେ ହିସାବ ଦେବୁ ବୋଲି କହିଛନ୍ତି ମନ୍ତ୍ରୀ। ତେବେ ଗତ ୨୩ ତାରିଖରେ ବିଜେଡି କୋର୍ଟକୁ ଅନସ୍ଥା ବଲ୍ ପିଙ୍ଗିଥିଲା କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ କଂଗ୍ରେସ ବିଜେଡିକୁ ଆହ୍ବାନ ଦେଇଥିଲା । ବିଜେଡି ନଆଣିଲେ କଂଗ୍ରେସ ଏହି ପ୍ରସ୍ତାବ ଆଣିବ ବୋଲି ରୋକଠୋକ ମଧ୍ୟ ଶୁଣାଇଥିଲା ।
ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢୁଛି । ଓଡିଶାକୁ ଆମେରିକୀୟ ନାଗରିକଙ୍କୁ ନଯିବା ପାଇଁ ବାରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏପରିକି ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶାରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଆମକୁ ଲଜ୍ଜା ଅନୁଭବ ହେଉଛି ବୋଲି ନିଜ ତରଫରୁ ଉଲ୍ଲେଖ କରିଛନ୍ତି । ଜଗତସିଂହପୁର, ନୟାଗଡ଼, ଗୋପାଳପୁର, ବାଲେଶ୍ୱର ଏବଂ ବଳଙ୍ଗା ଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟି ଚାଲିଛି । ତେଣୁ ଆମେ ଚୁପ ହୋଇ ବସିପାରିବୁ ନାହିଁ । ଏହା ନିର୍ବାଚିତ ରାଜନୀତି ପାଇଁ ନୁହଁ । ଏହା କେବଳ ନାରୀଙ୍କ ନ୍ୟାୟ ପାଇଁ ଆମେ ଲଢ଼ୁଛୁ । ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି । ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ । ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ । ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ମୂଲ୍ୟହୀନ ପ୍ରହସନ ରାଜରାସ୍ତାରେ ବନ୍ଦ କରୁ ବୋଲି ଉଭୟ ଦଳକୁ ଟାର୍ଗେଟ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଗୋଟେପଟେ ଅନାସ୍ଥା ଯୋଜନା ଅନ୍ୟପଟେ ସୁରେଷ ପୂଜାରୀଙ୍କ ସହ ଅରିନ୍ଦମଙ୍କ ସାକ୍ଷାତ ମାମଲାକୁ ଆହୁରି ରୋଚକୀୟ କରୁଛି । ଅନ୍ୟପଟେ ତାଙ୍କ ଦୁହିଙ୍କର ସାକ୍ଷାତ ବିଜେଡି ପାଇଁ ଲାଭ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।