ଡ୍ରାଇଭର ଧର୍ମଘଟ: ପେଟ୍ରୋଲ ସଂକଟ ଆଶଙ୍କା

ଭୁବନେଶ୍ଵର: ଡ୍ରାଇଭର ଧର୍ମଘଟ ଯୋଗୁଁ କାଲିଠୁ ପେଟ୍ରୋଲ ସଂକଟ ଆଶଙ୍କା । ଏପରି ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । କାଲି ପରି ଆଜି ତେଲ ପରିବହନ ବନ୍ଦ ରହିଲେ ଏଭଳି ସମସ୍ୟା ଉପୁଜିବା ନେଇ ଆଶଙ୍କା କରିଛି ସଂଘ । କାଲି ବହୁତ ପେଟ୍ରୋଲ ପମ୍ପ୍‌ରେ ପଟ୍ରୋଲ ସରିଯିବ । କାଲି ତେଲ କ୍ରାଇସିସ୍‌ ଦେଖିବାକୁ ମିଳିପାରେ ବୋଲି କହିଛନ୍ତି ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।

ସୂଚନାଯୋଗ୍ୟ, ୭ ଦଫା ଦାବି ନେଇ ଗତକାଲିଠୁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଓଡିଶାରେ ୩ ଲକ୍ଷରୁ ଅଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ଡ୍ରାଇଭର ସଂଘ ଓ ବିଭିନ୍ନ ମାଲିକ ସଂଘ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା । ଖାରବେଳ ଭବନରେ ପରିବହନ କମିସନର ଓ ସଚିବଙ୍କ ସହିତ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହିତ ମଧ୍ୟ ୪ ଘଣ୍ଟା ଧରି ଆଲୋଚନା ହେଲା, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଫଳରେ ଆଜି ବି ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିଲା ।