ସମ୍ବଲପୁର-: ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି । ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି । ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ଥିବା ବେଳେ ଦୀର୍ଘ ବର୍ଷ ହେବ ମାଓବାଦୀଙ୍କୁ ଦେଖିବାକୁ ମିଳିନଥିଲା । ଏବେ ଛତିଶଗଡ଼ରେ ଲଗାତର ମାଓ ଏନ୍କାଉଣ୍ଟର ହେଉଛି । ଏଥିରେ ଅନେକ ମାଓବାଦୀ ନିହତ ହୋଇଛନ୍ତି ।
ଗତ ତିନି ଦିନ ହେଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟନରେ ନକ୍ସଲ ସହ ଯବାନଙ୍କ ଗୁଳିବିନିମୟରେ ନକ୍ସଲ କ୍ୟାଡ଼ରଙ୍କ ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯେଉଁଥିରେ ୨ ମହିଳା ଓ ୩ ପୁରୁଷ ମାଓବାଦୀଙ୍କ ମୃତଦେହ ରହିଛି । ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ଭାସ୍କର ମୃତ୍ୟୁବରଣ କରିଛି ।