ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା

ଢେଙ୍କାନାଳ -: ଢେଙ୍କାନାଳ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସୁଥିଲେ । ଏହାକୁ ନେଇ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ସ୍ତ୍ରୀ ଉପରେ ରାଗିଯାଇ ସଞ୍ଜୟ ନିଶାସକ୍ତ ଅବସ୍ଥାରେ ଶିଶୁକନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା ।  ସ୍ବାମୀର ନୃଶଂସ କାଣ୍ଡ ଦେଖି ଛୁଆକୁ ବଂଚାଇବାକୁ ଏକ କାଚ ବୋତଲ ଫିଙ୍ଗିଦେଇଥିଲା ମାଆ । ଏଥିରେ ସଞ୍ଜୟ ଆହତ ହୋଇଥିଲା । ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ କରୁଛି  ।