MI ର ହାତ ଛାଡି ପାରନ୍ତି ହାର୍ଦ୍ଦିକ୍ !

ଗତ କିଛି ବର୍ଷ ହେବ ଆଇପିଏଲ୍‌ରେ MI ର ପଦର୍ଶନ ସେତେ ଭଲ ଦେଖିବାକୁ ମିଳୁନି । ଯାହାକୁ ନେଇ ଦଳରେ ହାର୍ଦ୍ଦିକଙ୍କ ଅଧିନୟିକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହାସହ ନିକଟ ଅତୀତରେ ମୁମ୍ବାଇ ଇଣ୍ଡିଆନ୍ସ ସହ ହାର୍ଦ୍ଦିକଙ୍କ ସମ୍ପର୍କ ଖରାପ ହେବା ନେଇ ଖବର ସାମ୍ନାକୁ ଆସିଥିଲା। ଏବଂ ଏ ଘଟଣାକୁ ନେଇ କୁହାଯାଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ ମାଧ୍ୟମରେ ଅନ୍ୟ କୌଣସି ଦଳର ଅଂଶ ହୋଇପାରନ୍ତି। ଖାସକରି ହାର୍ଦ୍ଦିକ ପାଣ୍ଡ୍ୟା ଚେନ୍ନାଇ ସୁପର କିଙ୍ଗସ (CSK) ରେ ସାମିଲ ହେବାର ସମ୍ଭାବନା ମଧ୍ୟ ପ୍ରକାଶ ପାଉଛି। ଏବେ ଆର୍‌. ଅଶ୍ୱିନ ଏହି ଗୁଜବକୁ ଆହୁରି ଖୋରାକ ଯୋଗାଇ ସଙ୍କେତ ଦେଇଛନ୍ତି ଯେ ପାଣ୍ଡ୍ୟା ଉଝକରେ ସାମିଲ ହୋଇପାରନ୍ତି।

IPL 2026: Hardik Pandya blames bowlers for Mumbai Indians' 27-run loss to  Rajasthan Royals: 'We were not at all…' | Mint

ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରିଥିଲେ। ସେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ମୋବାଇଲରେ ୦୭:୦୭ ସମୟ ଦେଖାଯାଉଥିଲା। ପ୍ରଶଂସକମାନେ ଏହାକୁ CSKର ମହାନ ଖେଳାଳି ଏମ.ଏସ. ଧୋନିଙ୍କ ଜର୍ସି ନମ୍ବର ସହ ଯୋଡ଼ି ଦେଖିଥିଲେ।

Hardik Pandya's Cryptic Post After Mumbai Indians' Poor IPL 2026 Run Viral.  'MS Dhoni' Connection Spotted | Cricket News

ଏହା ପରଠାରୁ ଗୁଜବ ସୃଷ୍ଟି ହୋଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ ଜରିଆରେ ଗଓ ଛାଡ଼ି ଚେନ୍ନାଇ ସୁପର କିଙ୍ଗସର ଅଂଶ ହୋଇପାରନ୍ତି। ଯାହାକୁ ନେଇ ଅନେକ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିରୋ ମାହୋଲ ଥିବାବେଳେ ଅନେକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି ।