ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ଭାରତର ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରା । ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ପୁଣି ଥରେ ଶୀର୍ଷ ସ୍ଥାରେ ବୁମ୍ରା ସବୁଠାରୁ ବଡ କଥା ହେଉଛି ଚଳିତ ବର୍ଷ ଭାରତ ଏପର୍ଯ୍ୟନ୍ତ କୌଣସି ଖେଳିନଥିଲେ ବି ବୁମ୍ରା ୮୭୯ ପଏଣ୍ଟ୍ ସହ ନିଜର ଶୀର୍ଷସ୍ଥାନ ସୁରକ୍ଷିତ ରଖିଛନ୍ତି। ତାଙ୍କ ପରେ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ଦ୍ବିତୀୟ ଓ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନେରି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍ ପ୍ରଥମ ଦୁଇଟି ସ୍ଥାନରେ ଥିବାବେଳେ ଭାରତର ଯଶସ୍ବୀ ଜୟସ୍ବାଲ ଅଷ୍ଠମ ଓ ଶୁବମନ ଗିଲ୍ ନବମ ସ୍ଥାନରେ ରହିଛନ୍ତି।

ତେବେ ନିକଟରେ ଘରୋଇ ମାଟିରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିବା ବାଂଲାଦେଶର ଖେଳାଳି ମୁସ୍ତାଫିକୁର ରହିମ୍ ଓ ଲିଟନ ଦାସଙ୍କ ଟେଷ୍ଟ୍ ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ରହିମ୍ ବ୍ୟାଟିଂ ମାନ୍ୟତାରେ ୧୦ଟି ପାହାଚ ଉପରକୁ ଉଠି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି।
ସେହିପରି ଲିଟନ୍ ୧୪ଟି ପାହାଚ ଉପରକୁ ଉଠି ୨୪ତମ ସ୍ଥାନରେ ପହଞ୍ଚିଛନ୍ତି। ଏହାସହ ଅଷ୍ଟ୍ରେଲିଆ ବିଶ୍ବର ନଂ୧ ଟେଷ୍ଟ୍ ଦଳ ଥିବାବେଳେ ଦକ୍ଷିଣ ଆଫ୍ରିକା ଓ ଭାରତ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।