ଅଳ୍ପକେ ବର୍ତ୍ତିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ବାସ୍ଥ୍ୟମନ୍ତ୍ରୀ ଅପରାହ୍ନରେ ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ ୪୯ନଂ ଜାତୀୟ ରାଜପଥର କେନ୍ଦୁଝର ତେଲକୋଇ ଥାନା ଅଧୀନ ଜଗମୋହନପୁର ଛକରେ ମନ୍ତ୍ରୀଙ୍କ ଗାଡ଼ି ସମ୍ମୁଖରେ ଯାଉଥିବା ପାଇଲଟିଂ ଗାଡ଼ି ହଠାତ୍ ବ୍ରେକ୍ ଦେଇଥିଲା । ଫଳରେ ପଛରେ ଥିବା ମନ୍ତ୍ରୀଙ୍କ ଗାଡ଼ି ଭାରସାମ୍ୟ ହରାଇ ପାଇଲଟିଂ ଗାଡ଼ି ସହ ଧକ୍କା ହୋଇଥିଲା । ଯାହା ଫଳରେ ଗାଡ଼ିର ସୁରକ୍ଷା ବେଲୁନ୍ ବାହାରି ଯାଇଥିଲା । ମନ୍ତ୍ରୀଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ମନ୍ତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୂରଭଞ୍ଜ ଯାଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।
/filters:format(webp)/sambad/media/media_files/2026/06/18/health-minister-caar-accident-2026-06-18-18-37-53.jpg)