ଓଡ଼ିଶା ପୁଲିସରେ ବଡ଼ ପଦକ୍ଷେପ, ବରିଷ୍ଠ IPS ଅଧିକାରୀ ସସ୍ପେଣ୍ଡ

ଓଡ଼ିଶା ପୁଲିସରେ ବଡ଼ ପଦକ୍ଷେପ। ଗୁରୁତର ଅଭିଯୋଗରେ ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ଅନୁମତି ବିନା ୮ ଜଣ GRP କର୍ମଚାରୀଙ୍କୁ ନିଜ ବାସଭବନରେ ଘରୋଇ କାମରେ ଲଗାଇଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଆଦେଶ ଅନୁସାରେ, ୧୯୯୮ ବ୍ୟାଚର IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅନୁଶାସନହୀନତା ଅଭିଯୋଗ ଆସିଥିଲା। ପୂର୍ବରୁ ସେ ADGP Railway ଏବଂ Coastal Security ପଦରେ କାର୍ଯ୍ୟରତ ଥିବା ବେଳେ ଏହି ଅଭିଯୋଗ ଉଠିଥିଲା।

DGPଙ୍କ ଗୋପନୀୟ ରିପୋର୍ଟ ଆଧାରରେ ସରକାର All India Services Conduct Rules ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ସସ୍ପେଣ୍ଡ କରିଛନ୍ତି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ କଟକର ରାଜ୍ୟ ପୁଲିସ ହେଡକ୍ୱାର୍ଟର୍ସ ରହିବ। ସେ DGPଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିୟମ ଅନୁଯାୟୀ ସେ subsistence allowance ପାଇବେ। ଏହି କଠୋର ପଦକ୍ଷେପ ମାଧ୍ୟମରେ ରାଜ୍ୟ ସରକାର ଦୁର୍ନୀତି ଓ ଅନୁଶାସନହୀନତା ବିରୋଧରେ କଡ଼ା ସନ୍ଦେଶ ଦେଇଛନ୍ତି।