AFG ବିପକ୍ଷ 3rd ODI ପୂର୍ବରୁ ହର୍ଷିତ ରାଣାଙ୍କ ଧମାକେଦାର କମବ୍ୟାକ୍

ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ଦଳ ପୂର୍ବରୁ ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ଏବେ ସିରିଜର ତୃତୀୟ ଓ ଅନ୍ତିମ ODI ଜୁନ୍ ୨୦ ତାରିଖରେ ଚେନ୍ନାଇର ଐତିହାସିକ ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳରେ ହୋଇଛି ଏକ ବଡ଼ ପରିବର୍ତ୍ତନ। ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ମୁଖ୍ୟ ଦଳରେ ସାମିଲ କରିଛି BCCI। ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ ବେଙ୍ଗାଲୁରୁର BCCI Centre of Excellence ରେ ରିହାବିଲିଟେସନ୍ ସମାପ୍ତ କରି ଫିଟନେସ୍ ପରୀକ୍ଷା ପାସ୍ କରିଛନ୍ତି।

Does Harshit Rana justify his place in India's XI? - Walking Wicket

ସୂଚନା ଅନୁଯାୟୀ, ହର୍ଷିତ ରାଣା ୨୦୨୬ ଜାନୁଆରୀ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ। ଆଘାତ କାରଣରୁ ସେ IPL ୨୦୨୬ମଧ୍ୟ ମିସ୍ କରିଥିଲେ। ଏବେ ଏହି କମ୍ବ୍ୟାକ୍ ତାଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇଛି। ସେ ଏହି ମାସରେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳରେ ମଧ୍ୟ ସାମିଲ ହୋଇଛନ୍ତି, ଯାହା ତାଙ୍କୁ ଆଗାମୀ ବଡ଼ ସିରିଜ ପୂର୍ବରୁ ଫର୍ମ ଫେରାଇବାର ଏକ ସୁଯୋଗ ଦେଇଛି। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଥିବା ଏହି ଯୁବ ଟିମ୍‌ରେ ହର୍ଷିତ ରାଣାଙ୍କ ସାମିଲ ହେବା ଦ୍ୱାରା ବୋଲିଂ ବିଭାଗ ଆହୁରି ଶକ୍ତିଶାଳୀ ହୋଇଛି। ଏପର୍ଯ୍ୟନ୍ତ ସେ ୧୪ ଟି ODIରେ ୨୬ଟି ୱିକେଟ୍ ନେଇଛନ୍ତି।

ଏବେ ସବୁଙ୍କ ନଜର ରହିଛି ତୃତୀୟ ODI ଉପରେ, ଯେଉଁଠି ଭାରତ ସିରିଜକୁ ୩-୦ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।