ମହାକାଳପଡାରେଯେଉଁ ଘଟଣା ଘଟିଛି ତାହା ଆପଣ ମାନେ ଜାଣନ୍ତି। ଆମ ଭଉଣୀ ଚାମେଲି ପ୍ରତି ଯାହା ଘଟିଛି ସେଥିପାଇଁ ଆମେ ଦୁଃଖିତ। ଆଇନଠାରୁ କେହି ଉର୍ଦ୍ଧ୍ବରେ ନୁହନ୍ତି। ଯିଏ ଦୋଷ ତ୍ରୁଟି କରିଛି ସେ ଦଣ୍ଡିତ ହେବା ଦରକାର। ଆଇନ ତା ବାଟରେ ଯିବା ଦରକାର। ପୂର୍ବତନ ମନ୍ତ୍ରୀ ତଥା ୨୦୨୪ ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ରେକର୍ଡସଂଖ୍ୟକ ଭୋଟରେ ହାରିବା ପରେ ନିଜର ଅସ୍ଥିତ୍ବ ହରାଇଛନ୍ତି ଅତନୁ। ଅତନୁ ମହାକାଳପଡା ନିର୍ବାଚନ ମଣ୍ଡଳୀ ଲୋକଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏବେ ଚାମେଲିଙ୍କି ମୋହରା କରିଛନ୍ତି। ଆମ ଭଉଣୀ ଚାମେଲି ଅତନୁ ବାବୁଙ୍କ ଷଡଯନ୍ତ୍ରର ଶୀକାର ହୋଇଛି। ଅତନୁ ବାବୁଙ୍କ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର। ଅତନୁ ବାବୁ ମହାକାଳପଡା ବାସିନ୍ଦା ହୋଇ ନଥିବାବେଳେ ପରାଜୟର ବଦଲା ନେବାକୁ ମହାକାଳପଡା ଅଞ୍ଚଳକୁ ବଦନାମ କରିବାକୁ ଷଡଯନ୍ତ୍ର ରଚିଛନ୍ତି। ଏହି ଷଡଯନ୍ତ୍ରର ଅଂଶ ସ୍ବରୂପ ଆମ ଭଉଣୀ ତିଖିର ସରପଞ୍ଚଙ୍କ ଜରିଆରେ ଅତନୁ ବାବୁ ନିଜର ରାଜନୈତିକ ରୁଟି ସେକୁଛନ୍ତି।

ମହାକାଳପଡା ଅଞ୍ଚଳ ଏବଂ ଲୋକପ୍ରିୟ ବିଧାୟକ ଡ.ଦୁର୍ଗାପ୍ରସନ୍ନ ନାୟକଙ୍କୁ ଅଯଥାରେ ଏହି ଘଟଣାରେ ବଦନାମ କରୁଛନ୍ତି। ଅତନୁ ବାବୁ ବିଧାୟକ ଭାବେ ପରାଜିତ ହେବା ପରେ ପଞ୍ଚାୟତ ସମିତି ଚେୟାରମ୍ୟାନ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ନିର୍ବାଚନ ମଣ୍ଡଳୀରେ ସତ୍ତା ହରାଇବା ପରେ ଚାମେଲିଙ୍କୁ ଅସ୍ତ୍ର କରି ବିଧାୟକଙ୍କୁ ବଦନାମ କରିବାକୁ ପ୍ରଚେଷ୍ଟା କରୁଛନ୍ତି ଅତନୁ। ମହାକାଳପଡା ଅଞ୍ଚଳ ଏବଂ ବିଧାୟକଙ୍କୁ ବଦନାମ କରୁଥିବା ଷଡ଼ଯନ୍ତ୍ରରୁ ଅତନୁ କ୍ଷାନ୍ତ ରୁହନ୍ତୁ। ଅନ୍ୟ ଅଞ୍ଚଳରୁ ଆସି ମହାକାଳପଡାରେ ରାଜନୀତି କରୁଥିବାରୁ ତାଙ୍କର ଅଞ୍ଚଳ ପ୍ରତି ଅଶ୍ବୟା ଭାବ ରହିଛି। ତେଣୁ ତୁରନ୍ତ ମହାକାଳପଡାବାସୀଙ୍କୁ କ୍ଷମା ମାଗନ୍ତୁ ଅତନୁ। ଅତନୁ ବାବୁଙ୍କ ସହ ତିଖିର ସରପଞ୍ଚଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ଏହି ଫଟୋ ଏହି ଘଟଣାର ପ୍ରମାଣ। ବିଜେଡି ବେଳେ ସେ ଅତନୁ ବାବୁଙ୍କ ଅନୁଗତ ଥିଲେ। ସେତେବେଳ ତାଙ୍କ ନାମରେ ୮ରୁ ଊର୍ଦ୍ଧ୍ବ ମାମଲା ଥିଲା। ବିଜେଡି ଶାସନ କାଳରେ ମଧ୍ୟ ତାଙ୍କ ନାମରେ ମାମଲା ହୋଇଥିଲା। ସେତେବେଳ କ’ଣ ସେହି ମାମଲା ଅତନୁ ବାବୁ କରିଥିଲେ କି? ତାର ଉତ୍ତର ରଖିବା ଦରକାର।

ନିଜକୁ ବିଜେପି ନେତା କହୁଥିବାବେଳେ ବିଜେଡି ଉପାଧ୍ୟକ୍ଷା, ଟିକରପଙ୍ଗା ପଞ୍ଚାୟତର ବିଜେଡି ସରପଞ୍ଚ ଙ୍କ ସମେତ ଅନ୍ୟ ବିଜେଡି ନେତାଙ୍କ ସହ ଭିଡିଓ କରିବା ଆଳରେ ପ୍ରଶାସନ, ବିଧାୟକଙ୍କୁ ବଦନାମ କରିବାକୁ ଚାମେଲି ଯାଇଥିଲେ। ଅତନୁଙ୍କ ଦ୍ବାରା ରଚିତ ରଚନାରେ ମୋହରା ସାଜିଛନ୍ତି ଚାମେଲି। ବିଧାୟକଙ୍କ ଲୋକପ୍ରିୟତା ବଢୁଥିବାବେଳେ ଜିଲା ଯୋଜନା ବୋର୍ଡ ଚେୟାରମ୍ୟାନ ହେବା ପରେ ଅତନୁ ଇର୍ଷା ପରାୟଣ ହୋଇ କୁଚକ୍ରୀଙ୍କୁ ମୋହରା କରିଛନ୍ତି । ଏହାର ପ୍ରଭାବ ନିର୍ବାଚନ ମଣ୍ଡଳୀ, ଜିଲା କିମ୍ବା ଲୋକଙ୍କ ଉପରେ ପଡିବନି। ମାତ୍ର ଆମ ଭଉଣୀକୁ ମୋହରା କରା ନଯାଉ। ବିଧାୟକ ଏବଂ ମହାକାଳପଡା ଅଞ୍ଚଳକୁ ବଦନାମ କରିବାରୁ ନିବୃତ୍ତ ରୁହନ୍ତୁ। ମହାକାଳପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ତିଖିର ସମିତ ସଭ୍ୟ ଅରୁଣା ରାଉତ, ବଡକୂଳ ସରପଞ୍ଚ ପ୍ରଜ୍ଞାପରମିତା କର, ମହାକାଳପଡା ସରପଞ୍ଚ ରତିକାନ୍ତ ପଣ୍ଡା, ରାମନଗର ସରପଞ୍ଚ ମିଲନ ଦେବନାଥ, ଦେଉଳିପଡା ସମିତସଭ୍ୟ ସରୋଜ କୁମାର ପରିଡ଼ା, ସୁନୀତ ସରପଞ୍ଚ ଭଗବତୀ ମଣ୍ଡଳ, ବଢି ସମିତି ସଭ୍ୟ ଅଲେଖ ପ୍ରଧାନ, ସମାଜସେବୀ କୁମରବର ମହାନ୍ତି, ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି, ରତନ କାଞ୍ଜିଲାଲ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
