କଟକ-: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଢ଼ିଲା ଅଡ଼ୁଆ । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ବହୁଚର୍ଚ୍ଚିତ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମନୀଷ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସେହିପରି ଏହି ମାମଲାରେ ଅଭିଯୁକ୍ତ ଥିବା ଭି.ଭେଣୁ ଓରଫ୍ ଭେଲିସେଟି ବେଣୁ ଓ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ସେହିପରି ୬୫ ବର୍ଷ ବୟସ୍କ ଭଗବାନ ପାଣିଗ୍ରାହୀଙ୍କୁ ଆତ୍ମସମର୍ପଣ ପରେ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି ।
ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ଜାମିନ ଆବେଦନ ଖାରଜ ହୋଇଯିବା ଫଳରେ ମନୀଷ ଅଗ୍ରୱାଲଙ୍କ ଗିରଫଦାରୀ ଆଶଙ୍କା ବଢିଛି। ମନୀଷ ଅଗ୍ରୱାଲଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁଗୋପାଳ ଏବଂ ବ୍ୟକ୍ତିଗତ ସହାୟକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କର ମଧ୍ୟ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀ (ଷ୍ଟେନୋଗ୍ରାଫର) ମଧ୍ୟ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟକୁ ଆସିଥିଲେ। ତାଙ୍କୁ ୬୫ ବର୍ଷ ହୋଇଥିଲାବେଳେ ସେ କ୍ୟାନସରରେ ଆକ୍ରାନ୍ତ ଏବଂ ତାଙ୍କ ପତ୍ନୀ ମାନସିକ ରୋଗରେ ପୀଡ଼ିତ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଆବେଦନକାରୀଙ୍କୁ ତିନି ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ କହିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବା ସହ ତାଙ୍କୁ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ବିଚାରପତି ଭି. ନରସିଂହ ଶୁକ୍ରବାର ଆଗୁଆ ଜାମିନ ମାମଲାର ରାୟ ପ୍ରକାଶ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ଯ୍ୟ କରୁଥିଲେ। ୨୦୧୯ ମେ’ ୨୭ରେ ସେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଥାନାରେ ଏ ନେଇ ପ୍ରଥମେ ମାମଲା ରୁଜୁ ହୋଇଥିଲା। ଏହାର ୨ଦିନ ପରେ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ ନିକଟରୁ ମିଳିଥିଲା।