ଶ୍ରଦ୍ଧାଳୁଙ୍କ ଭିଡ ସହିତ ଶୃଙ୍ଖଳିତ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜିଠୁ ସ୍ଥଗିତ ରତ୍ନଭଣ୍ଡାର ମରାମତି

ପୁରୀ : ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ  ସ୍ଥଗିତ ରହିବ  ଶ୍ରୀମନ୍ଦିର  ରତ୍ନଭଣ୍ଡାର  ମରାମତି କାଯ୍ୟ ।  ଇଂରାଜୀ  ନବବର୍ଷ ଓ ଛୁଟି ଯୋଗୁଁ  ଶ୍ରଦ୍ଧାଳୁଙ୍କ ଭିଡ ସହିତ   ଶୃଙ୍ଖଳିତ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରାସନ ଏହି ନିଷ୍ପତ୍ତି ନେଇଛନ୍ତି ।  ଜାନୁଆରୀ ୩ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି  କାର୍ଯ୍ୟ ଯଥାରିତିରେ ଚାଲିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ୩ ତାରିଖରୁ ପୁଣି ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।