ନୀଳଗିରି; ଗଣମାଧ୍ୟମ ପ୍ରତିନଧିଙ୍କୁ ନାଲି ଆଖି ଦେଖାଇଲେ ଉପଜିଲ୍ଲାପାଳ । ନୀଳଗିରି ଉପଜିଲ୍ଲାପାଳଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଲୋକଙ୍କ ସମସ୍ୟାକୁ ନେଇ ଗଣମାଧ୍ୟମ ପ୍ରତିନିଧୀ ପ୍ରଶ୍ନ କରିବାରୁ ରାଗିଯାଇଥିଲେ । ତାପରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ମ୍ୟାଡମ ପୁରା ହାଇପର ହୋଇ ମୋବାଇଲ ଛଡାଇ ନେଲେ । ସୂଚନା ମୁତାବକ, ନୀଳଗିରି ଅଖିଳ ଭାରତ କୃଷକ ସଂଘ ପକ୍ଷରୁ ଚାଷୀ ଓ ରାସ୍ତା ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରିବା ସହିତ ୫ ଦଫା ଦାବୀ ନେଇ ଦାବୀପତ୍ର ଦେଇଥିଲେ । ଯେଉଁ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଚିହିଁକି ଉଠିଥିଲେ ଶୁଭଶ୍ରୀ । ସିଧାସଳଖ କହିଥିଲେ, ମୁଁ ୟୁସଲେସ୍ ବାଇଟ ଦିଏନାହିଁ, ମତେ ଆପଣମାନେ ହ୍ୟାକଲିଂ କରୁଛନ୍ତି । କେବଳ ଏତିକି ନୁହେଁ ଅଫିସ ବାହାରେ ପ୍ରତିକ୍ରିୟା ନେବା ବେଳେ ମୋବାଇଲ ଛଡାଇ ନେଇଥିଲେ ଶୁଭଶ୍ରୀ । ସମସ୍ତଙ୍କ ନାଁରେ ଏଫଆଇଆର ଦେବାକୁ କହିଥିଲେ । ପରେ ଅଫିସ ଭିତରକୁ ସାମ୍ବାଦିକଙ୍କୁ ଡାକିବା ସହ ଧମକଚମକ ଦେଇଥିଲେ । ଗୋଟିଏ ବି ଭିଡ଼ିଓ ଲିକ୍ ହେଲେ ସମସ୍ତଙ୍କୁ ଭିତରକୁ ପଠାଇବି ବୋଲି କହିଥିଲେ ।