ଏଣିକି ଆଉ ଲୋକ ସେବା ଭବନ ପରିସର ମଧ୍ୟରେ ହୋଇପାରିବନାହିଁ ତମାଖୁ ସେବନ ।ଲୋକସେବା ଭବନ ପରିସର କୁ ତମାଖୁ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଛି ।ତେବେ ଏହାର ଉଦ୍ଦେଶ୍ୟ ହେଉଛି ଲୋକସେବା ଭବନ ପରିସର କୁ ଜନସ୍ୱାସ୍ଥ୍ୟ ର ସୁରକ୍ଷା ସହିତ ଏକ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ସୃଷ୍ଟି ହେଉଛି ଏହାର ଲକ୍ଷ୍ୟ ।ତେବେ ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।ତେବେ ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡର ବ୍ୟବସ୍ଥା ରହିଛି ।ତମାଖୁ ବ୍ୟବହାର କରିବା ଦ୍ୱାରା କ୍ୟାନ୍ସର , ହୃଦରୋଗ, ଫୁସଫୁସ ଜନିତ ରୋଗ ସହ ବିଭିନ୍ନ ଅଣସଂକ୍ରମକ ରୋଗ ର ଏକ ମୁଖ୍ୟ କାରଣ ।ତେବେ ତଥ୍ୟ ଅନୁଯାୟୀ ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ଙ୍କ ମୃତ୍ୟୁ ତମାଖୁ ବ୍ୟବହାର ପାଇଁ ହେଉଛି ।ତେବେ ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସେ କହିଛନ୍ତି, ‘ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ’ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ପିଢ଼ିକୁ ସୁସ୍ଥ ଜୀବନର ବାର୍ତ୍ତା ଦେବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ । ଲୋକସେବା ଭବନକୁ ତମାଖୁମୁକ୍ତ ଅଞ୍ଚଳ ଘୋଷଣା କରାଯିବା ପରେ ଏହି ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯିବ ।