ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ ବୟାନ କହିଲେ ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । କିନ୍ତୁ ଭଲ ମନ୍ଦ କିଏ ବୁଝୁଛି, ମୋତେ ଦୁଃଖ ଲାଗୁଛି ଯେତେ ପର୍ୟ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ୟ୍ୟନ୍ତ ବିଜେଡି ଆସିବ ନାହିଁ ।
ସେ ପା ( ପାଣ୍ଡିଆନ ) କହିଥିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କାହିଁ କହୁଥିଲେ ? ସେ ଭୁଲ ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ । ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟତା ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି ପାଣ୍ଡିଆନଙ୍କୁ କାହିଁ କହୁଛନ୍ତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ଏତେ କାମ କରୁଛନ୍ତି, ଧର୍ମେନ୍ଦ୍ରଙ୍କ ଭଳି ଲୋକ ମିଳିବେ । ରାଜନୀତି କରିବା ପାଈଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କଣ ହେବ । ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କଣ ହେବ, ମୁଁ ପାଣ୍ଡିଆନ ପାଈଁ ବିଜେଡି ଛାଡ଼ିଲି ।