ନୂଆଦିଲ୍ଲୀ: ଚାଲିଛି ହରିୟାଣା I ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ଭିତରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ଏଠାରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଆସିଲାଣି । ଏହାରି ଭିତରେ ଏକ ଚମକାଇଦେବା ଭଳି ଖବର ଆସିଛି । ଜାମ୍ମୁ-କାଶ୍ମୀରର ଡୋଡା ଆସନରେ ପ୍ରଥମଥର ପାଇଁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏନେଇ ଦଳ ତରପରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦିଆଯାଇଛି । ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର ୭୭୦ ଖଣ୍ଡ ଭୋଟରେ ଜିତିଛନ୍ତି । ମେହରାଜ ମଲ୍ଲିକ ୨୨ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଗଜୟା ସିଂହ ରାଣାଙ୍କୁ ୧୮ ହଜାର ୧୭୪ ଖଣ୍ଡ ଭୋଟ ମିଳିଛି।