ଶ୍ରୀମନ୍ଦିରରେ ବ୍ୟବହୃତ ଘିଆ ମାନ ଯାଞ୍ଚ କରାଯିବ: ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ଘିଆର ମାନ ଯାଞ୍ଚ କରାଯିବ । ଯଦି ମାନ ପରୀକ୍ଷାରେ ନିମ୍ନମାନର ଘିଅ ବ୍ୟବହୃତ ହେଉଥିବା ଜଣାପଡ଼େ ତେବେ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲା ପାଳ ସୂଚନା ଦେଇଛନ୍ତି ।
ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ ।ତଥାପି ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ । ଏହା ସହିତ ଓମଫେଡ ସହିତ ମଧ୍ୟ ଆଲୋଚନା କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ଘିଅ ବ୍ୟବହାର ହେଉଥିବାର ସମ୍ଭାବନା ଅଛି । ମାନ ଯାଞ୍ଚ କରାଯାଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସୂଚନା ।