ନୂଆଦିଲ୍ଲୀ : ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚୌକିରେ ବସିବାର ପ୍ରଥମ ଦିନରୁ କାମ ଆରମ୍ଭ କରିଦେଲେ ମୋଦି । ଶପଥ ନେବା ପରେ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି । ଆଉ ସେ ଦସ୍ତଖତ ହେଉଛି ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା (PM Kisan Scheme) ପାଇଁ ।
କାର୍ଯ୍ୟଭାର ଆରମ୍ଭ କରିବାର ପ୍ରଥମ ଦିନରେ ମୋଦି, ଚାଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ ପିଏମ୍ କିସାନ ଯୋଜନା ଫାଇଲରେ ଦସ୍ତଖତ କରିଛନ୍ତି । ତୃତୀୟ ଥର PM ହେବା ପରେ ଏହା ହେଉଛି ନରେନ୍ଦ୍ର ମୋଦିଙ୍କ ପ୍ରଥମ ଦସ୍ତଖତ । ପିଏମ୍ କିସାନ ଯୋଜନାର ୧୭ତମ କିସ୍ତି ରିଲିଜ୍ କରାଯାଇଛି । ୯.୩ କୋଟି ଚାଷୀଙ୍କ ପାଇଁ ୨୦ ହଜାର କୋଟିର ନିର୍ଦେଶନାମା ।