ପୁରୀ: ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ବନକଲାଗି ନୀତି ସମୟରେ ପ୍ରାୟ ୩ରୁ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ ।
ସୂଚନା ଅନୁଯାୟୀ, ଆସନ୍ତା କଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଏହି ସ୍ୱତନ୍ତ୍ର ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ ରହିଛି କଟକଣା । ୨ୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବା ପରେ ମହାପ୍ରଭୁଙ୍କୁ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ଏଥିପାଇଁ ଅପରାହ୍ନରେ ଶ୍ରଦ୍ଧାଳୁମାନେ ପ୍ରାୟ ୩ରୁ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ।