ଭୁବନେଶ୍ୱର: ମାତ୍ର ୫ ଦିନ ରେ ଶେଷ ହେଲା ଷୋଡ଼ଶବିଧାନ ସଭା ର ଶେଷ ଅଧିବେଶନ। ଫେବୃଆରୀ ୫ରୁ ଆରମ୍ଭ ହେଇଥିଲା ଅଧିବେଶନ। ୧୩ ଯାଏ କାର୍ଯ୍ୟସୂଚୀ ଥିଲା। ଯେଉଁଥିରେ ୭ ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨ କାର୍ଯ୍ୟ ଦିବସ ଆଗରୁ ଶେଷ ହେଲା ବିଧାନ ସଭାର ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। କୌଣସି କାର୍ଯ୍ୟଦିବସ ନଥିବାରୁ ସରକାରୀ ମୁଖ୍ୟ ସଚେତକ ଆଣିଥିବା ପ୍ରସ୍ତାବ ସଂପର୍କରେ ମାତା ରଖିବାକୁ ଦିଆନାଜିବାରୁ ଅଗଣତାନ୍ତ୍ରିକ ବୋଲି କକ୍ଷ ତ୍ୟାଗ କଲେ ବିଜେପି ବିଧାୟକ ଦଳ। ମାତ୍ର ୫ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ୧ ଲକ୍ଷ ୧୮ ହାଜର କୋଟି ଟଙ୍କାର କାମ ଚଳା ବଜେଟ୍ ପାରିତ ହୋଇଛି। ଗୃହରେ ବିଦାୟୀ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ବାଚସ୍ପତି, ଉପବାଚସ୍ପତି ଓ ବାଚସ୍ପତି , ସବୁ ଦଳର ନେତା ଓ whip ମାନଙ୍କୁ ଗୃହର business ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ। ଏପଟେ କଂଗ୍ରେସ ବିଧାୟକ ଦେଲା ନେତା ନରସିଂହ ମିଶ୍ର କହିଥିଲେ। ଚଳିତ ବିଧାନସଭା ହେଉଛି ମୋର ଶେଷ ଅଧିବେଶନ। ଘୋଷଣା କରଛି ଆଉ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ। ଆଗାମୀ ଦିନରେ ଆହୁରି ଭଲ ପ୍ରତିନିଧି ମାନେ ଆସିବେ ଗଣତନ୍ତ୍ର କୁ ରକ୍ଷା କରିବେ।