କୋରାପୁଟ  ନୌକା ଦୁର୍ଘଟଣାରେ 5 ଜଣ  ବ୍ୟକ୍ତିଙ୍କ   ମୃତ୍ୟୁ :  ମୁଖ୍ୟମନ୍ତ୍ରୀଙ୍କ  ଶୋକ

ମୃତକଙ୍କ  ନିକଟ ତମ ଆତ୍ମୀୟଙ୍କ  ପାଇଁ  ଚାରି ଲକ୍ଷ  ଟଙ୍କା ଲେଖାଏଁ ଅନୁକମ୍ପା  ସହାୟତା  ଘୋଷଣା କଲେ  ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର  :  ଗତକାଲି   କୋରାପୁଟ ଜିଲ୍ଲାର  ନନ୍ଦପୁର  blockର ପାତାଳୀ  ନଦୀରେ ଏକ ନୌକା  ଦୁର୍ଘଟଣାରେ 5 ଜଣ   ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ  ଗଭୀର  ଶୋକ  ପ୍ରକାଶ  କରିବା  ସହ  ମୃତକଙ୍କ  ନିକଟ ତମ  ଆତ୍ମୀୟଙ୍କ  ପାଇଁ    ଚାରି ଲକ୍ଷ  ଟଙ୍କା  ଲେଖାଏଁ ଅନୁକମ୍ପା  ମୂଳକ  ସହାୟତା  ଘୋଷଣା  କରିଛନ୍ତି। ଏବଂ  ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା   ଜଣାଇଛନ୍ତି।