ପୁରୀ: ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ କ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଗହଳି । ଶ୍ରୀ ମନ୍ଦିର ଓ ବଡଦାଣ୍ଡରେ ଭକ୍ତ ଓ ହବିଷିଆଳିଙ୍କ ଗହଳି ଅଧକ ରହୁଛି । ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଠିଆ ହୋଇ ରହୁଛନ୍ତି । ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ପାଇଁ ଠେଲା ପେଲା ପରିସ୍ଥିତି ଉପୁଜୁଥିବା ଦେଖା ଦେଇଛି । ବଡ଼ଦାଣ୍ଡରେ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡରେ ମାର୍କେଟ ଛକ ଯାଏ ଉଠା ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚୁକରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ରହିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍। ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ।