ବନ୍ଧୁକ ଦେଖାଇ ଲୁଟ୍

ନେଇଗଲେ ୩ ଲକ୍ଷ ୭୦ ହଜାର ଓ ଗାଡି

ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ ଗୋପାଳପୁରରେ ଲୁଟ୍ ହୋଇଥିବା ଅଭିଯୋଗ । ସୋରରେ ଏକ ସିମେଣ୍ଟ୍ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତିରେ ନିଜ ବାଇକ୍ରେ ଫେରୁଥିବା ବେଳେ କାନକଟା କଣ୍ଟିଆଚିରା ପୋଲ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ମୋବାଇଲ୍ ଫୋନ ,୨ଟି ସୁନା ମୁଦି ଏବଂ କଲେକ୍ସନ କରିଆଣିଥିବା ୩ ଲକ୍ଷ ୭୦ ହଜାର ଛଡାଇ ନେଇଥିଲେ । ପରେ ଦୁବୃତ୍ତ ମାନେ ଆଉ ୨ ଜଣଙ୍କୁ ଡାକି ସମସ୍ତ ଜିନିଷ ତାଙ୍କୁ ଦେଇ ବାଇକ୍ ନେଇ ଫେରାର୍ ହୋଇଯାଇଥିଲେ ।