ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ, ସୁପ୍ରିମ୍ କୋର୍ଟଙ୍କ ନିୟମ ଉଲ୍ଲଙ୍ଘନ

ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା

ଭୁବନେଶ୍ୱର :  ଦୀପାବଳି ହେଉଛି ଆଲୋକର ପର୍ବ ,ଏହିପର୍ବରେ ଆଲୋକ ମାଳାର ଭିନ୍ନ ମହତ୍ୱ ରହିଛି ।ଖୁସିର ଏହି ପର୍ବରେ କେତେବେଳେ ଯେ ବାଣ ର କୁ ପ୍ରଭାବ ପଡିଯାଏ ଓ ନିମିଷକରେ ଅନେକ ପରିବାରର ମୁହଁଁ ରୁ ଖୁସି ଦୁଖ ରେ ପରିଣତ ହୋଇଯାଇ ଥାଏ । ଓଡିଶାରେ ଘଟିଛି ଠିକ୍ ଏ ଭଳି ଅଘଟଣ ,ଦୀପାବଳି ରାତିରେ ୧୭ ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଶତାଧିତ ଆହତ । ରାଜଧାନୀର ଅନେକ ସ୍ଥାନରେ ଘଟିଥିବା ବାଣ ବିସ୍ଫୋରଣ ରେ ପ୍ରାୟ ୧୦୦ ରୁ ଅଧିକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିଏ ନିଆଁ ରେ ପୋଡି ହୋଇଯାଇଛନ୍ତି ତ କାହାର ହାତ ଫାଟିଛି । ପୁଣି ଚନ୍ଦ୍ରଶେଖରପୁରରେ ଚାର୍ଜ ବସିଥିବା ବ୍ୟାଟେରୀ ଗାଡି ରେ ନିଆଁ ଲାଗି ୪ଟି ବାଇକ୍ ସଂପୂର୍ଣ୍ଣ ଜଳିଯାଇଛି । କଟକରେ ବାଣ ଫୁଟାଇ ୨୭ ରୁ ଅଧିକ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଅନକ୍ ଆହତ ହେବା ସହିତ ,କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଏକଲପୁର ଗାଁରେ ବାଣରେ ଜଳିଗଲା ଜଳଖିଆ ଦୋକାନ ।ଠିକ୍ ସେଭଳି ବାରିପଦା ସ୍କାଏ ଲଣ୍ଠନରୁ ନିଆଁ ଲାଗି ଟେଣ୍ଟହାଉସ୍ ଜଳିଯାଇଛି ।ନଷ୍ଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା ର ସମ୍ପତ୍ତି । ବିଭିନ୍ନ ସ୍ଥାନରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ କୁ ଖୋଲା ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି ।