କଟକ : ଆଜି ଠାରୁ ଆରମ୍ଭ ହୋଇଯାଇଛି ଓଡିଶା ଉଚ୍ଚ ନ୍ୟାୟାଳୟରେ ଦଶହରା ଛୁଟି । ପୂଜା ପାଇଁ ଗୋଟିଏ ସପ୍ତାହ ବନ୍ଦ ରହିବ ଅଦାଲତ । ତେବେ ଏହି ଛୁଟଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ କୁହାଯାଉଛି । ଆସନ୍ତା ୩୦ ତାରିଖରେ କୋର୍ଟ ଖୋଲିବାର ସୂଚନା ରହିଛି । କିନ୍ତୁ ଏହି ଛୁଟି ସମୟ ମଧ୍ୟରେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ ଖୋଲା ରହିବ ବୋଲି କୁହାଯାଉଛି । ଏହି ସବୁ ଦିନ ଗୁଡିକରେ ଦିନ ୧୧ଟା ଠାରୁ ୩ ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ଚାଲିବ । ଏହି ସମୟରେ ଯରୁରୀ କାଳିନ ମାମଲା ଥିଲେ ଦିନ ୧୧ଟାରୁ ୧୨ ମଧ୍ୟରେ ମାମଲା ରୁଜୁ କରାଯାଇ ପାରିବ । ତେବେ ୨୬ ଓ ୨୭ ତାରିଖରେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ଯୋଗ ଦେବାପାଇଁ ବାଧ୍ୟତା ମୂଳକ ବୋଲି କୁହାଯାଇଛି ।