ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର କଲେ ବନ ବିଭାଗ

କେନ୍ଦ୍ରାପଡା: କେନ୍ଦ୍ରପଡାରେ ଲାଗି ରହିଛି କୁମ୍ଭିର ଅତଙ୍କ । ଗାଁ ରୁ ଧରା ହେଲା ଆଉ ଏକ ବଉଳା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମରୁ ଧରା ହୋଇଛି ଆଉ ଏକ ବଉଳା କୁମ୍ଭୀର । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଯଦୁଚନ୍ଦ୍ରପୁର ଗାଁର କାଙ୍ଗାଳି ପାତ୍ରଙ୍କ ଘର ପଛପଟୁ ଏକ ବଉଳା କୁମ୍ଭୀର ଉଦ୍ଧାର କରିଛି ବନବିଭାଗ । ତେବେ ଉଦ୍ଧାର ହୋଇଥିବା କୁମ୍ଭୀରକୁ ବାଉଁଶଗଡ ନଦୀରେ ଛଡାଯାଇଛି ବୋଲି ବନବିଭାଗ ସୂଚନା ଦେଇଛି । ଏ ନେଇ ଅଞ୍ଚଳରେ ଭୟର ବାତା ବରଣ ଦେଖିବାକୁମିଳିଛି । ତେବେ ଏକ ସପ୍ତାହ ତଳେ ପେଣ୍ଠ ଖଣ୍ଡାମରାରୁ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା ।