ପିଶାଚ ସ୍ୱାମୀର ବର୍ବର କାଣ୍ଡ: ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା

ଢେଙ୍କାନାଳ : ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା। ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ। ଏକ ଅଭାବନିୟ ଘଟଣାକ୍ରମେ ଦୁଆରି ସାମଲଙ୍କ ପୁଅ ପ୍ରତାପ ସାମଲ  କାଳଯମ ସାଜି ନିଜ ଧର୍ମପତ୍ନୀ ମିନତି ସାମଲଙ୍କୁ ପିଟି ପିଟି ଜୀବନରୁ  ମାରିଦେଇଛି। ଏ ନେଇ ବାଲିମିଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶଥାଉଛି,  ବୈବାହିକ ଜୀବନପରେ ପ୍ରତାପ ଅନେକ ଥର ମଦ ନିଶାରେ ନିଜ ସ୍ତ୍ରୀ ମିନତିଙ୍କୁ ବାଡିଆ ପିଟା କକରୁଥିବାରୁ   ସେ  ବାପ ଘରକୁ ପଳାଇ  ପୁଣି ଫେରି ଆସିଥିଲେ  ।

ବାପଘରୁ ସ୍ତ୍ରୀକୁ ପ୍ରତାପ ଡାକି ଆଣିବା ପରେ ରାତିରେ  ଖାଇସାରି ନିଜର ୧୫ ବର୍ଷର ଏବଂ ୯ ବର୍ଷର ଦୁଇଟି ପୁଅକୁ ଧରି ଘରେ ଶୋଇଥିଲେ । ଅଧା ରାତିରେ   ମିନତିକୁ ଶୋଇବା ସ୍ଥାନରୁ ବାହାରକୁ  ଆଣି ତାର ମୁଣ୍ତକୁ ଶକ୍ତ ପ୍ରହାର ଦେବାରେ ସେ ଚିତ୍କାର କରିଥିଲେ । ସାନ ପୁଅ ଉଠି ଏଭଳିକାଣ୍ତ ଦେଖି କିଛି ପଡୋଶିଙ୍କ ସହାୟତାରେ  ପାଈଁ ଡାକିଥିଲେ । ପୋଡେଶୀ  ମିନତିକୁ ଆମ୍ବୁଲାସ୍ ଡାକି ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ ମାତ୍ର ଅବସ୍ଥା ଅତିଗୁରୁତର ଥିବାରୁ ଡାକ୍ତର ଖାନାରେ ତାଙ୍କର ଜୀବନ ଚାଲିଯାଇଛି । ତାଙ୍କ ପରିବାର ଲୋକ ମିଳିମିଶି ମିନତିକୁ ରାତି ଅଧରେ ମାରିଦେଇଛନ୍ତି ବୋଲି ମିନତିଙ୍କ ବାପା ଶିବରାମ ସାମଲ ବାଲିମିଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ବାଲିମି ଥାନାଧିକାରୀ ଅମିତ୍ କୁମାର ବିଶ୍ୱାଳ ଶବକୁ ଜବତ କରିବା ସହ ଶାଶୁ ଶ୍ୱଶୁର ସମେତ ପରିବାର ବର୍ଗଙ୍କୁ ଥାନାକୁ ପଚରାଉଚରା ଜାରିରହିଥିବା ଜଣାପଡିଛି ।