ମେରଟ: ଅବିବାହିତ ମା’ଙ୍କୁ ବାହା ହେବେ ପ୍ରେମିକା । ଆପଣଙ୍କୁ ଏହି କଥାଟି ସୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏପରି କଛିି ଗଟଣା ଘଟିଛି ଉତ୍ତରପ୍ରଦେଶର ମେରଟରେ । ଜରେ ଅଭିଭାଇତ ମାଙ୍କୁ ବାହା ହେବେ ପ୍ରେମିକ। ପଞ୍ଚାୟତର ଏପରି ନିଷ୍ପତ୍ତି ଶୁଣି ଯୁବକ ବି ବାହା ହେବାକୁ ରାଜି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳର ଏକ କଲୋନୀର ବାସିନ୍ଦା ଯୁବତୀ ଦୁଇ ବର୍ଷ ଧରି ପଡ଼ୋଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ଶାରୀରିକ ସମ୍ପର୍କ ରଖିଥିବାରୁ ଲୋକ ଯୁବତୀ ଗର୍ଭବତୀ ହୋଇଯାଇଥିଲେ । ଗର୍ଭବତୀ ଯୁବତୀ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ, ଏହା ପରେ ସମ୍ପର୍କୀୟମାନେ ଯୁବକଙ୍କ ଘରେ ପହଞ୍ଚି ବାହା ହେବା ଲାଗି ଅନୁରୋଧ କରିଥିଲେ। କିନ୍ତୁ ଯୁବକ ରାଜି ହୋଇ ନଥିଲେ। ଏହାପରେ ଦିଲ୍ଲୀ ରୋଡରେ ଥିବା ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏପରିକି ଏହି ସୂଚନା ପାଇବା ପରେ ଯୁବକ ଏବଂ ତାଙ୍କ ପରିବାର ବାହାଘର ଲାଗି ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ଯୁବତୀଙ୍କ ପରିବାରଲୋକେ ଏହି କଥା ପଞ୍ଚାୟତକୁ ଜଣାଇଥିଲେ। ଏହାପରେ ପଞ୍ଚାୟତପକ୍ଷରୁ ଫଇସଲା ନିଆଯାଇଥିଲା ଯେ ଯୁବକଙ୍କୁ ପ୍ରେମିକା ଅବିବାହିତା ମା’ଙ୍କୁ ବାହା ହେବାକୁ ପଡ଼ିବ।