ପୋଲିସ –ଛାତ୍ର କଂଗ୍ରେସ ମୁହାମୁହିଁ

( ଆଦର୍ଶ ରାଉତ): ଗୋଲଡେନ ବାବାଙ୍କ ସଂପୃକ୍ତିରେ ବିଜେଡିର ଲିଙ୍କ ଥିବା ଗୁମୁର ଫିଟିବାରେ ଲାଗିଛି । ଗତକିଛି ଦିନେ ତଳେ ସୋସିଆଲ ମିଡିଆରେ ଗୋଲଡେନବାବାଙ୍କ ସହ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଫଟୋ ଭାଇରାଲ ହୋଇଥିଲା । ପୂର୍ବରୁ ଏନେଇ ଛାତ୍ର କଂଗ୍ରେସ ମେୟରଙ୍କ ବିରୋଧ କ୍ୟାପିଟାଲ ଥାନା ଏତଲା ଦେଇଥିଲେ । ଏହି ଘଟଣାରେ କୌଣସି ତଦନ୍ତ ହୋଇନଥିବାବେଳେ ଆଜି ଗୋଲଡେନ ବାବା ଘଟଣାରେ ମେୟରଙ୍କ ଲିଙ୍କ ଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ ନବୀନି ନିବାସ ଘେରାଉ କରିବାକୁ ଉଦ୍ୟମ କରଥିଲେ । କିନ୍ତୁ ପୋଲିସ ଶିଶୁଭବନ ଛକଠାରେ ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ – ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ଛାତ୍ର କଂଗ୍ରେସ କର୍ମୀ ଉତିକ୍ଷିପ୍ତ ହୋଇ ପୋଲିସ ଉପରକୁ ଅଣ୍ଡା ଏବଂ ଟମାଟୋ ମାଡ କରିଥିଲେ ।