ବୌଦ୍ଧ: ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ ଟିମ୍ । ଜବତ ହୋଇଥିବା ବାଲିଗାଡିକୁ ଛାଡିବାକୁ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ।ମିଳିଥିବା ସୂଚନା ଅନୁସାରେ ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କହୋଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଲାଞ୍ଚ ମାଗିଥିଲେ। ସିଜ ହୋଇଥିବା ଗାଡିକୁ ଛାଡିବା ସହ ବାଲି ଘାଟରୁ ବାଲି ଉଠାଣ ନିୟମ କହୋଳ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।