ସୁଦାନସେନା ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କ ମୃତ୍ୟୁ । ରାଜଧାନୀ ଖାର୍ତୁମର ପଡ଼ୋଶୀ ସହରରେ ଏୟାରଷ୍ଟ୍ରାଇକ୍ ହୋଇଛି । ସୁଦାନ ସେନା ପଶ୍ଚିମ ଓମଗୁରମ୍ୟାନରେ ଏୟାରଷ୍ଟ୍ରାଇକ କରିଛି । ଫଳରେ ୨୨ ଜଣଙ୍କ ପ୍ରାଣ ହାନି ହୋଇଥିବା ବେଳେ ଆନେକ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ଦିର୍ଘ ୧୨ ସପ୍ତାହ ଧରି ସୁଦାନ ସେନା ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଜାରି ରହିଛି ସଂଘର୍ଷ । ୧୫ ଏପ୍ରିଲରେ ଲଢେଇ ଆରମ୍ଭ ହେବା ପରେ ଆରଏସଏଫ ପକ୍ଷରୁ ରାଜଧାନୀ ଖାର୍ତୁମ, ଓମଗୁରମ୍ୟାନ୍ ଓ ବହରୀରେ ଜୋରଦାର ଆକ୍ରମଣ ଜାରି ରହିଛି । କେତେବେଳେ ଏୟାର ଷ୍ଟ୍ରାଇକ ତ କେତେବେଳେ ତୋପ ମାଡ଼ ଜାରି ରହିଛି । ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ଜାରି ରହିଥିବା ବେଳେ, ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଇଛି ।