ଯାଜପୁର:ଯାଜପୁର: ଯାଜପୁର ରୋଡ ରେଳଷ୍ଟେସନ ନିକଟରେ ଅଘଟଣ । ରେଳ ଦୁର୍ଘଟଣାରେ ୬ ମୃତ ୨ଗୁରୁତର । ମିଳିଥିବା ସୂଚନା ମୁତାବକ, ସମସ୍ତ ମୃତକ ହେଉଛନ୍ତି ଶ୍ରମିକ । କାଳ ବୈଶାଖୀର ବର୍ଷା ପବନରୁ ରକ୍ଷା ପାଇବା ପାଇଁ ବଗି ତଳକୁ ପଳାଇ ଥିଲେ । ହଠାତ ସେହି ସମୟରେ ଟ୍ରେନ ଚାଲିବାରୁ ବାହାରି ପାରି ନଥିଲେ । ତେଣୁ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରମିକ ମାନେ ।
ସେପଟେ ଆହତ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ କଟା ହୋଇଛି । ଅନ୍ୟ ଜଣ ଗୁରୁତରଙ୍କୁ କଟକ SCB ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାହାନଗା ଟ୍ରେନ ଦୁର୍ଘଟଣାକୁ ଲୋକ ଭୁଲି ପାରି ନ ଥିବା ବେଳେ ଆଉ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି ।